କେଶହାନୀ

ଶରୀରର ମଥା ବା ଯେ କୌଣସି ଅଂଶରୁ କେଶ କ୍ଷୟ

କେଶହାନୀ, (ଇଂରାଜୀ ଭାଷାରେ ଆଲୋପେସିଆ/ alopecia ବା ଚନ୍ଦାପଣ/ baldness), କ‌ହିଲେ ଶରୀରର ମଥା ବା ଯେ କୌଣସି ଅଂଶରୁ କେଶ କ୍ଷୟକୁ ବୁଝାଏ ।[] ଏଥିରେ ଅତି କମ୍‌ରେ ମୁଣ୍ଡରୁ କେଶହାନୀ ହୁଏ ।[] ଦେହର ଗୋଟିଏ ଛୋଟ ସ୍ଥାନ ବା ସମୁଦାୟ ଶରୀରରୁ କେଶ ଝଡ଼ିପାରେ ।[] ଏଥିରେ ପ୍ରଦାହ ବା କ୍ଷତ ଦାଗ (ସ୍କାର) ହୁଏନାହିଁ ।[] କେଶହାନୀ ଯୋଗୁ କେତେକ ଲୋକଙ୍କର ମାନସିକ କଷ୍ଟ ହୁଏ । []

କେଶହାନୀ
୩୩ ବର୍ଷ ବୟସ୍କ ଲୋକର କେଶହାନୀ ।
ବିଭାଗDermatology
ଆଇସିଡ଼ି-୧୦L65.9
ଆଇସିଡ଼ି-୯-ସିଏମ୍704.09
ରୋଗ ଡାଟାବେସ14765
ମେଡ଼ିସିନ-ପ୍ଲସ003246
Patient UKକେଶହାନୀ
MeSHD000505

ସାଧାରଣ କାରଣମାନ: ପୁରୁଷାକୃତି କେଶହାନୀ, ମହିଳାକୃତି କେଶହାନୀ, ଆଲୋପେସିଆ ଏରିଆଟାଟେଲୋଜେନ ଇଫ୍ଲୁଭିଅମ (କେଶ ଘନତ୍ୱ କମିଯିବା) । ଜେନେଟିକପୁରୁଷ ହରମୋନ କାରଣ ଯୋଗୁ ପୁରୁଷାକୃତି କେଶହାନୀ ହୁଏ, ମହିଳା କେଶହାନୀ କାରଣ ଅସ୍ପଷ୍ଟ ଅଛି, ଅଟୋଇମ୍ମ୍ୟୁନ କାରଣ ଯୋଗୁ ଆଲୋପେସିଆ ଏରିଆଟା ହୁଏ ଓ ଶାରୀରିକ ତ‌ଥା ମାନସିକ ଚାପ‌ଯୁକ୍ତ ଘଟଣା ଯୋଗୁ ଟେଲୋଜେନ ଇଫ୍ଲୁଭିଅମ କେଶହାନୀ ହୁଏ । ଗର୍ଭାବସ୍ଥା ପରେ ଟେଲୋଜେନ ଇଫ୍ଲୁଭିଅମ ହେବା ସାଧାରଣତଃ ଦେଖାଯାଏ ।[]

କେଶ ଟଣା, କେମୋଥେରାପି ଭଳି କେତେକ ଔଷଧ, ଥାଇରଏଡ ହରମୋନ କମ ରହିବା ଯୋଗୁ, ଏଚଆଇଭି/ଏଡ୍‌ସଲୌହ ଖାଦ୍ୟାଭାବ ତ‌ଥା କୁପୋଷଣ ଇତ୍ୟାଦି ଯୋଗୁ ମଧ୍ୟ କେଶହାନୀ ହୁଏ । ପ୍ରଦାହ ଓ ସ୍କାର ଯୋଗୁ ହେଉଥିବା କେଶହାନୀ କାରଣମାନ: କବକ ସଂକ୍ରମଣ, ଲୁପସ୍ ଏରିଦେମାଟୋସସ୍, ରାଡିଏସନ ଥେରାପିସାର୍କଏଡୋସିସ୍[][] ରୋଗ ନିର୍ଣ୍ଣୟ ଆଂଶିକ ଭାବରେ କେଶହାନୀର ସ୍ଥଳ ଦେଖି କରାଯାଏ ।[]

ପ୍ୟାଟର୍ନ କେଶହାନୀ (ପୁରୁଷାକୃତି କେଶହାନୀ ଓ ମହିଳାକୃତି କେଶହାନୀ) ଅବସ୍ଥାକୁ ମାନିନେବାକୁ ପଡ଼େ ।[] ଚିକିତ୍ସା କରିବାକୁ ହେଲେ ମିନୋଡିକ୍ସିଲ (minoxidil) ବା ଫିନାସ୍ଟେରାଇଡ (finasteride) ଔଷଧ ଦିଆଯାଏ ଓ କେଶ ପ୍ରତିରୋପଣ କରାଯାଏ ।[][] ଆଲୋପେସିଆ ଏରିଆଟା ନିମନ୍ତେ ପ୍ରଭାବିତ ସ୍ଥାନରେ ସ୍ଟିରଏଡ ଇଞ୍ଜେକସନ ଦିଆଯାଏ, କିନ୍ତୁ ଏହା ସମୟକ୍ରମେ ବାରମ୍ବାର ଦେବାକୁ ପଡ଼େ । କେଶହାନୀ ଏକ ସାଧାରଣ ସମସ୍ୟା । ପ୍ୟାଟର୍ଣ୍ଣ କେଶହାନୀ ୫୦ବର୍ଷ ବୟସ ବେଳକୁ ୫୦ % ପୁରୁଷଙ୍କର ଓ ୨୫% ମହିଳାଙ୍କର ଦେଖାଯାଏ । ଆଲୋପେସିଆ ଏରିଆଟା ଜୀବନର ଯେ କୌଣସି ସମୟରେ ୨% ଲୋକଙ୍କର ହୁଏ ।[]

  1. "Hair loss". NHS Choices. Archived from the original on 27 September 2013. Retrieved 22 September 2013.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Vary JC, Jr (November 2015). "Selected Disorders of Skin Appendages--Acne, Alopecia, Hyperhidrosis". The Medical clinics of North America. 99 (6): 1195–211. PMID 26476248.
  3. "Hair loss". DermNet. Archived from the original on 2016. Retrieved 2016-08-03. {{cite web}}: Check date values in: |archivedate= (help)
  4. ୪.୦ ୪.୧ Nalluri, R; Harries, M (February 2016). "Alopecia in general medicine". Clinical medicine (London, England). 16 (1): 74–8. PMID 26833522.
  5. McElwee, K. J.; Shapiro, J. S. (2012). "Promising therapies for treating and/or preventing androgenic alopecia". Skin therapy letter. 17 (6): 1–4. PMID 22735503.
  6. Leavitt, M. (2008). "Understanding and Management of Female Pattern Alopecia". Facial Plastic Surgery. 24 (4): 414–427. doi:10.1055/s-0028-1102905. PMID 19034818.
  NODES