ଗରୁଡ଼

ବିଷ୍ଣୁଙ୍କ ବାହାନ

ଗରୁଡ ଗୋଟିଏ ପକ୍ଷୀ ଜାତିର ପ୍ରାଣୀ । ହିନ୍ଦୁବୌଦ୍ଧ ଧର୍ମଗ୍ରନ୍ଥରେ ଗରୁଡ ବିଷୟରେ ଅନେକ କିଛି ଲେଖା ଥିବାର ଜଣାପଡେ । ହିନ୍ଦୁ ଧର୍ମ ଅନୁଯାୟୀ, ଗରୁଡ ବିଷ୍ଣୁଙ୍କ ବାହାନ ରୂପେ ଜଣାଶୁଣା । ହିନ୍ଦୁ ଶାସ୍ତ୍ରରେ ବର୍ଣିତ ବିଷ୍ଣୁଙ୍କ ବାହନ ଗରୁଡଙ୍କୁ ଦେବତା ରୂପେ ମଧ୍ୟ ପୂଜା କରାଯାଏ । ଗରୁଡ ସର୍ପଜାତୀୟ ପ୍ରାଣୀ ତଥା ନାଗ ସାପ ଜାତୀୟ ପ୍ରାଣୀର ଗୋଟିଏ ପରମ ଶତୃ ଭବେ ପରିଚିତ। ଗରୁଡ ବିଭିନ୍ନ ନାମରେ ଜଣାଶୁଣା ଯଥା:- ଚିରାଗ, ଗଗନେଶ୍ୱର, କାମାୟୁଷ, କାଶ୍ୟପି,ଖଗେଶ୍ୱର, ସୁଧାହରା, ତାରକ୍ଷ ଇତ୍ୟାଦି । ଭାଗବତ ଗୀତାରେ ବର୍ଣିତ ତଥ୍ୟ ଅନୁଯାୟୀ, କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ଗରୁଡଙ୍କୁ ପକ୍ଷୀରାଜ ବୋଲି ଆଖ୍ୟା ଦେଇଥିଲେ ।[]

ଗରୁଡ଼
ଗରୁଡ଼, ଭଗବାନ ବିଷ୍ଣୁଙ୍କର ବାହାନ
Devanagariगरुड
Sanskrit TransliterationGaruḍa
AffiliationEagle
ଲୋକବୈକୁଣ୍ଠ, କ୍ଷୀରସାଗର

ଯଦିଓ ଆଜିର ଯୁଗରେ ବିରଳପ୍ରାୟ ଏହି ପ୍ରାଣୀ ଦେଖିବାକୁ ମିଳେନାହିଁ ତଥାପି ଅନେକାଂଶ ସ୍ଥାନରେ ଛଞ୍ଚାଣ ଓ ଅମରପକ୍ଷୀକୁ ଗରୁଡ ଜାତୀୟ ପ୍ରାଣୀ ବୋଲି ପ୍ରସ୍ତୁତ କରାଯାଇଥାଏ । ଅନେକ ଧର୍ମଗ୍ରନ୍ଥରେ ଏହାକୁ ଏକ କାଳ୍ପନିକ ଜୀବରୂପେ ଚିତ୍ରଣ କରାଯାଇଛି । ହିନ୍ଦୁଧର୍ମ ଗ୍ରନ୍ଥ ଓ ପୁରାଣ ଇତ୍ୟଦିରେ ଗରୁଡକୁ ଏକ ଭିନ୍ନ ଜାତୀୟ ମନୁଷ୍ୟ ଓ ପକ୍ଷୀର ଏକ ମିଶ୍ରଣ ପ୍ରାଣୀ ଭାବରେ ଚିତ୍ରଣ କରାଯାଇଛି । ଗରୁଡର କର୍ମ ଓ ଚରିତ୍ରକୁ ହିନ୍ଦୁ ଓ ବୌଦ୍ଧ ଧର୍ମ ଗ୍ରନ୍ଥରେ ଅତି ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି । []

ହିନ୍ଦୁ ଧର୍ମଗ୍ରନ୍ଥ ମହାଭାରତରେ ଗରୁଡର ଜନ୍ମ ଓ କର୍ମ ବିଷୟରେ ସବିଶେଷ ବ୍ୟାଖ୍ୟା କରାଯାଇଛି । ଉକ୍ତ ଗ୍ରନ୍ଥରେ ଥିବା ବର୍ଣ୍ଣନା ଅନୁଯାୟୀ କାଶ୍ୟପ ୠଷିଙ୍କୁ ଗରୁଡଙ୍କ ପିତା ଭାବେ ବର୍ଣ୍ଣନା କରାଯାଇଛି । ପ୍ରଜାପତି ଦକ୍ଷଙ୍କ ଦୁଇ କନ୍ୟା ବିନତା ଏବଂ କଦରୁଙ୍କୁ ସେ ବିବାହ କରିଥିଲେ । କାଶ୍ୟପ ଋଷି ନିଜର ଦୁଇ ପତ୍ନୀଙ୍କୁ ସେମାନଙ୍କ ଇଚ୍ଛା ମୁତାବକ, ବିନତାଙ୍କୁ ଦୁଇଟି ପୁତ୍ର ଓ କଦୁରୁଙ୍କୁ ଶହେଗୋଟି ସର୍ପ ଜାତୀୟ ପୁତ୍ର ପ୍ରାପ୍ତ ନିମନ୍ତେ ବରଦାନ କରିଥିଲେ । ଫଳସ୍ୱରୁପ ବିନତାଙ୍କ ଗର୍ଭରୁ ଯେଉଁ ଶିଶୁଟି ଜନ୍ମ ଲାଭ କଲା ସେ ଦେଖିବାକୁ ଉଭୟ ମନୁଷ୍ୟ ଓ ପକ୍ଷୀ ଜାତୀୟ ମିଶ୍ରଣ ପ୍ରାଣୀ ସ୍ୱରୁପ ଏକ ବିରଳ ଶିଶୁ ଥିଲା, ଏବଂ ଯାହାକୁ ଗରୁଡ ଗରୁଡ ନାମରେ ନାମକରଣ କରାଯାଇଥିଲା ।[]

ଗରୁଡ ଭଗବାନ ବିଷ୍ଣୁଙ୍କ ବାହାନ ହୋଇଥିବା ଯୋଗୁଁ ହିନ୍ଦୁଧର୍ମର ବୈଷ୍ଣବ ଧର୍ମାନୁଷ୍ଠାନ ଓ ମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ବ ଅଥବା ଗରୁଡ ପ୍ରତିମୁର୍ତ୍ତି ପୂଜାପାଇଥାଏ । ଏପରିକି ମହାଭାରତରେ ବର୍ଣିତ ତଥ୍ୟ ଅନୁଯାୟୀ ଗୁରୁ ଦ୍ରୋଣାଚାର୍ଯ୍ୟ ନିଜର ସେନାବାହିନୀକୁ ଗରୁଡ ସେନା ନାମରେ ନାମିତ କରିଥିଲେ ଓ ପ୍ରଭୁ ଶ୍ରୀକୃଷ୍ଣ ନିଜର ନନ୍ଦିଘୋଷ ରଥର ପତାକରେ ଗରୁଡ ଚିହ୍ନକୁ ସ୍ଥାନ ଦେଇଥିଲେ । ପୁରୀ ରଥ ଯାତ୍ରା ସମୟରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପତାକରେ ମଧ୍ୟ ଗରୁଡ ଚିହ୍ନ ପ୍ରତୀୟମାନ ହୁଏ ।

ବୌଦ୍ଧଧର୍ମ ଗ୍ରନ୍ଥରେ ଗରୁଡଙ୍କୁ କେତେକ ବିଶିଷ୍ଟ ରାଜ୍ୟର ରାଜା ଓ ତାନ୍ତ୍ରୀକ ଶକ୍ତି ବିଶିଷ୍ଟ ଇଚ୍ଛାଧାରୀ ପୁରୁଷ ରୂପେ ମଧ୍ୟ ବର୍ଣ୍ଣନା କରାଯାଇଛି । ବୌଦ୍ଧ ଧର୍ମଗ୍ରନ୍ଥରେ ଯେଉଁ ଚାରିପ୍ରକାର ଗରୁଡ ରାଜାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ସେମାନେ ହେଲେ:- ମହା ଶକ୍ତିଶାଳୀ ଗରୁଡ ରାଜା, ବିଶାଳକାୟ ଗରୁଡ ରାଜା, ଇଚ୍ଛାପୂର୍ତ୍ତି ଗରୁଡ ରାଜା ଓ ସ୍ୱ-ଇଚ୍ଛାଧାରୀ ଗରୁଡ ରାଜା ଇତ୍ୟାଦି ।

ଗରୁଡ ଚିହ୍ନ- ଆଧୁନିକ ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଗରୁଡ ଚିହ୍ନକୁ ସାଂସ୍କୃତିକ ଓ ଜାତୀୟ ଚିହ୍ନ ଭାବେ ବ୍ୟବହାର କରାଯାଉଛି । ଯେପରିକି:-

  • ଥାଇଲ୍ୟାଣ୍ଡଇଣ୍ଡୋନେସିଆର ଜାତୀୟ ସରକାରୀ ପ୍ରତୀକ ।
  • ଇଣ୍ଡୋନେସିଆର ଜାତୀୟ ବିମାନକୁ ଗରୁଡ ଇଣ୍ଡୋନେସିଆ ନାମରେ ନାମିତ କରାଯାଇଛି ।[]
  • ଇଣ୍ଡୋନେସିଆର ଜାତୀୟ ଫୁଟବଲ୍ ଦଳର ଚିହ୍ନ ହେଉଛି ଗରୁଡ ଚିହ୍ନ ।
  • ବାର୍ଲିଜାଭାରେ ଗରୁଡକୁ ସେମାନଙ୍କ ସାଂସ୍କୃତିକ ପ୍ରତୀକ ଭବେ ବ୍ୟବହାର କରାଯାଏ ।
  • ମଧ୍ୟ ଯୁଗର ହୋୟଂସାଳ ରାଜାଙ୍କ ଅଙ୍ଗରକ୍ଷୀଙ୍କୁ ଗରୁଡ ବୋଲି କୁହାଯାଉଥିଲା ।
  • ଭାରତୀୟ ଆକଶ ବାହିନୀର ଗୋଟିଏ ସ୍ୱତନ୍ତ୍ର ବାହିନୀକୁ ଗରୁଡ କମଣ୍ଡୋ ଫୋର୍ସ୍ ନାମରେ ନାମିତ କରାଯାଇଛି, ଯାହ ୨୦୦୪ ମସିହାରେ ଗଠନ କରାଯାଇଥିଲା ।[]
  1. "ଗରୁଡ ପୁରାଣ". S.V. Subrahmanyam. Retrieved 5 September 2015.
  2. "ଗରୁଡ". The Hindu Universe. Retrieved 5 September 2015.
  3. "ଗରୁଡ କାହାଣୀ". Youtube. Retrieved 5 September 2015.
  4. "ଗରୁଡ ଇଣ୍ଡୋନେସିଆ". Garuda Indonesia (Persero). Retrieved 5 September 2015.
  5. "ଗରୁଡ କମଣ୍ଡୋ ଫୋର୍ସ୍". Bharat Rakshak. Archived from the original on 14 September 2015. Retrieved 5 September 2015.

ବାହାର ତଥ୍ୟ

ସମ୍ପାଦନା
  NODES