ବରା
ବରା ଭାରତରେ ଖିଆଯାଉଥିବା କେତେକ ଛଣା ଖାଦ୍ୟର ଏକ ସାଧାରଣ ନାମ । ବିଭିନ୍ନ ପ୍ରକାରର ବରାସବୁକୁ ଫ୍ରିଟର, ଡୋନଟ, ଓ ଡମ୍ପଲିଙ୍ଗ ଆଦି ଭାବେ ବର୍ଣ୍ଣନା କରାଯାଇପାରେ ।[୧] ଏହାର ବଡ଼ା, ବଡ଼େ, ବଡ଼ାଇ ଆଦି ନାମରେ ମଧ୍ୟ ପରିଚିତ ।[୨]
ପରଷା | ଜଳଖିଆ |
---|---|
ମୂଳ ସ୍ଥାନ | ଭାରତ |
|
ବିଭିନ୍ନ ଧରଣର ବରା ଯଥା ଓଡ଼ିଶାର ଚାଉଳ ଓ ବିରିରୁ ତିଆରି ବରାରୁ ନେଇ ଅରୁଆ ଓ ଉଷୁନା ଚାଉଳକୁ ବିରି ସହ ବାଟି ତିଆରି କରାଯାଉଥିବା ଚାଉଳ ବରା, ଦକ୍ଷିଣ ଭାରତର ମେଦୁ ବଡ଼ା ଓ ପଶ୍ଚିମ ଭାରତର ଆଳୁ ବଡ଼ା ଆଦି ଭିନ୍ନ ଭିନ୍ନ ଶସ୍ୟରୁ ତିଆରି । ଏଗୁଡ଼ିକ ସକାଳେ ବା ଅନ୍ୟସମୟରେ ଜଳଖିଆ ଖିଆଯାଇଥାନ୍ତି ଭାବେ କିମ୍ବା ଦହିବରା-ଆଳୁଦମ ଓ ବଡ଼ା ପାଓ ଆଦି ଅନ୍ୟ ଖାଦ୍ୟ ତିଆରିରେ ଲାଗିଥାନ୍ତି ।
ପ୍ରକାର ଭେଦ
ସମ୍ପାଦନାଚାଉଳ ବରା
ସମ୍ପାଦନାଚାଉଳ ବରା ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ଜଣାଶୁଣା ଏକ ଚାଉଳ-ତିଆରି ବରା । ବତୁରା ଉଷୁନା ଓ ଅରୁଆ ଚାଉଳ, ବିରିକୁ ବାଟି ସେଥିରେ କଟା ଲଙ୍କା, ଅଦା, କଟା ଭୁରୁସଙ୍ଗା ପତ୍ର ଆଦିକୁ ମିଶାଇ ଗୁଲୁଗୁଲା ଭଳି ଗୋଲ ଗୋଲ କରି ତେଲରେ ଛାଣି ଏହା ତିଆରି କରାଯାଏ ।[୩][୪]
ଗ୍ୟାଲେରି
ସମ୍ପାଦନା-
Medu Vadas
-
Idli and Medu Vada
-
Medu Vada
-
Medu Vada and Sambhar
-
Aesthetic Medu Vadai
-
Medu Wada, served with chutney
-
Vada 4
-
Vada 2
-
Sambar Vada
-
Vada Sambhar
ଆଧାର
ସମ୍ପାଦନା- ↑ Andrea Nguyen (2011). Asian Dumplings. Ten Speed Press. p. 3. ISBN 9781607740926.
- ↑ V. K. Joshi, ed. (2016). Indigenous Fermented Foods of South Asia. CRC Press. p. 401. ISBN 9781439887905.
- ↑ ରାଣୀ, ଉଷା (2011). A taste of Odisha: Traditional Odia Recepies. ଭୁବନେଶ୍ୱର: Amadeus Press. ISBN 9788190381338.
- ↑ "14 Famous Districts Of Odisha And Their Remarkable Food Delicacies!". mycitylinks.in. Retrieved 12 February 2017.